ପୁଣି ଜନନୀ ଯନ୍ତ୍ରଣା, ୪ କି.ମି. ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ଖରାପ ଥିବା କାରଣରୁ ଗ୍ରାମକୁ ଆମ୍ବୁଲାନ୍ସ ନ ଯାଇପାରିବାରୁ ଜଣେ ପ୍ରସୂତୀଙ୍କୁ ଷ୍ଟ୍ରେଚରରେ ୪ କି.ମି ବୁହାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ କାନ୍ଦିଗୁଡ଼ା ଗ୍ରାମରେ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ଏହା ଜାଣି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ରାସ୍ତା ଭଲ ନ ଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନ ପାରି, କାନ୍ଦିଗୁଡ଼ା ଗ୍ରାମଠାରୁ ପ୍ରାୟ ୪ କିମି ଦୂରରେ ଏହା ଅଟକି ରହିଥିଲା। ଏହାପରେ ବାଧ୍ୟ ହୋଇ ପରିବାର ଲୋକେ ପ୍ରସୂତୀଙ୍କୁ ୪ କିମି ଷ୍ଟ୍ରେଚରରେ ବୋହି ନେଇଥିଲେ। ୪ କିମି ନେବା ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଜଣାପଡ଼ିଛି।

Comments are closed.