ପାଠ ନ ପଢାଇ ପିଲାଙ୍କୁ ଟିକ୍‍ଟକ୍‍ ଭିଡ଼ିଓ ଦେଖାଉଥିଲେ ଶିକ୍ଷୟିତ୍ରୀ, ବଦଳି ଦାବି କଲେ ଅଭିଭାବକ

ପଟ୍ଟାମୁଣ୍ଡାଇ : ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଥାନା ଆଦି ସ୍ଥାନରେ ଟିକ୍‍ଟକ୍‍ ଭିଡ଼ିଓ ନିଶା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ପୁଣି ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି। ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପାଠ ନପଢାଇ ପିଲାଙ୍କୁ ଟିକଟକ ଭିଡ଼ିଓ ଦେଖାଉଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ନେଇ ପିଲାଙ୍କ ଅଭିଭାବକ ମାନେ ସ୍କୁଲ ଗେଟରେ ତାଲା ପକାଇଛନ୍ତି। ଏହା ସହ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିବା ସହ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିବା ସୂଚନା ମିଳିଛି।

Comments are closed.