ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ଗାଡ଼ି; ୯ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସୋର ନିକଟ ତଳନଗର ଅଞ୍ଚଳରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଗୋଟିଏ ଟ୍ରକକୁ ଏକ ୱିଙ୍ଗର ଗାଡ଼ି ଧକ୍କା ଦେବା ଫଳରେ ୯ ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟରୁ କିଛି ତୀର୍ଥଯାତ୍ରୀ ଏକ ୱିଙ୍ଗର ଗାଡ଼ିରେ ପୁରୀ ବୁଲିବାକୁ ଆସିଥିଲେ। ମାତ୍ର ଚାଳକଙ୍କୁ ନିଦ ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Comments are closed.