ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼ : ବରଗଡ଼ ଜିଲାର ବରପାଲି ବ୍ଲକରେ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ (ସିଡ଼ିପିଓ) ସଂଯୁକ୍ତା ଲେଙ୍କାଙ୍କ ଘରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ବରଗଡ଼ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସିଡ଼ିପିଓଙ୍କ ବରଗଡ଼ ନିକଟସ୍ଥ ପ୍ରଧାନପାଲି ଗ୍ରାମରେ ବାସଗୃହ, ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ, ବରପାଲି କାର୍ଯ୍ୟାଳୟ, କାଳୀ ମନ୍ଦିର ନିକଟରେ ଥିବା ଦୁଇଟି ଫ୍ଲାଟ , ମୋଟ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ। ଚଢାଉ ସମୟରେ ବ୍ୟାପକ ପରିମାଣରେ ବେଆଇନ ସମ୍ପତ୍ତିର ସୂଚନା ମିଳିଛି। ଚଢାଉ ଶେଷ ହେବା ପରେ ସମ୍ପତ୍ତିର ମୂଲ୍ୟ ଆକଳନ କରାହେବ ବୋଲି ଭିଜିଲାନ୍ସ ଡ଼ିଏସପି ବୀରେନ୍ଦ୍ର ନାୟକ କହିଥିବା ଜଣାପଡ଼ିଛି।

Comments are closed.