ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ ଲିକ୍‍ ଘଟଣା, ୭ ଅଟକ

ଫ୍ୟାକ୍ଟ୍ରି ସିଲ୍‍ , ତଦନ୍ତ ଆଦେଶ

ବାଲେଶ୍ୱର : ବାଲେଶ୍ୱରର ଖନ୍ତାପଡ଼ା ପଣପଣା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣାର ତଦନ୍ତ ପାଇଁ ଗୁରୁବାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉକ୍ତ ଫ୍ୟାକ୍ଟ୍ରିକୁ ମଧ୍ୟ ସିଲ କରାଯାଇଛି। କମ୍ପାନୀ ବିରୋଧରେ ଖନ୍ତାପଡ଼ା ଥାନାରେ ମାମଲା ରୁଜୁ ହେବା ସହ କମ୍ପାନୀର ୭ ଜଣ ଅଧିକାରୀଙ୍କକୁ ଅଟକ ରଖି ପଚରାଉଚରା ଜାରି ରହିଛି। ଖନ୍ତପଡ଼ା ପଣପଣାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବୁଧବାର ବିଳମ୍ବିତ ରାତିରେ ଗ୍ୟାସ ଲିକ ହୋଇ ୮୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଚିକିତ୍ସିତ ଅବସ୍ଥାରେ ଥିବା କର୍ମଚାରୀ ବର୍ତ୍ତମାନ ବିପଦ ମୁକ୍ତ ଥିବା ସୂଚନା ମଳିଛି।

Comments are closed.