ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ଯାଜପୁର : ଯାଜପୁର ବୈତରଣୀ ନଦୀ ଦଶ୍ୱାମେଧ ଘାଟଠାରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଯାଜପୁର ତହସିଲଦାର ସୁନିଲ କୁମାର ମେହେର ମୁଖ୍ୟଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ସ୍ୱାମୀ ତ୍ୟାଗସ୍ୱରୁପା ନନ୍ଦ ଜୀ ମହାରାଜ, ସୂର୍ଯ୍ୟମଣୀ ଖୁଂଟିଆ ଯୋଗଦେଇ ଅତୀତର ନୈବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲାସ୍ତରୀୟ ବୋଇତବନ୍ଦାଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଧବ ପୁଅ ବେଶରେ ବୋଇତରେ ବୈତରଣୀ ନଦୀ ଆରପଟକୁ ଯାଇଥିଲେ । ଏହି ବୋଇତ ବନ୍ଦାଣ ଉତ୍ସବ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଅନୁଷ୍ଠାନ ପକ୍ଷରୁ ଗୀତା ଆବୃତି ପ୍ରତିଯୋଗୀତା ଏବଂ ସୁନ୍ଦର ବୋଇତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments are closed.