ଚକଡ଼ା ଚଡ଼କ ସହିନପାରି ବିଲରେ ନିଆଁ ଲଗାଇଲେ ଚାଷୀ

କଳାହାଣ୍ଡି : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁରେ ଜଣେ ଚାଷୀ ଚକଡ଼ା ଚଡ଼କ ସହିନପାରି ବିଲରେ ନିଆଁ ଲଗାଇଥିବା ଜଣାପଡ଼ିଛି। ଗାଁର ଜଣେ ଚାଷୀ ଖଗେଶ୍ୱର ଭୋଇ ସାହୁକାର ଠାରୁ କରଜ କରି ନିଜର ୨ ଏକର ଜମିରେ ଧାନ ଚାଷ କରିଥିଲେ। ମାତ୍ର ସେହି ଧାନ କ୍ଷେତରେ ଚକଡ଼ା ପୋକ ଲାଗି ଯିବାରୁ ଖଗେଶ୍ୱର ମାନସିକ ଚାପରେ ଥିବା ବେଳେ ନିଜର କ୍ଷୋଭ ପ୍ରକାଶ କରି ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି।

Comments are closed.