ଡ଼ଙ୍ଗା ଭସାଇବା ବେଳେ ଅଘଟଣ, ନଦୀରେ ବୁଡ଼ି ୨ ମୃତ

ରାୟଗଡ଼ା : ରାୟଗଡ଼ାର ଦୁଇଟି ସ୍ଥାନରେ ଡ଼ଙ୍ଗା ଭସାଇବା ସମୟରେ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଡ଼ଙ୍ଗା ଭସାଇବା ବେଳେ ଗୋଡ଼ ଖସିଯିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ମୁନିଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଛାତ୍ର ଜଣଙ୍କ ତାଙ୍କର ଦୁଇ ସହଯୋଗୀଙ୍କ ସହ ଡ଼ଙ୍ଗା ଭସାଇବାକୁ ନାଗାବଳୀ ନଦୀକୁ ଯାଇଥିଲେ। ମାତ୍ର ଶିଉଳିରେ ତାଙ୍କ ଗୋଡ଼ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ଦୁଇ ଘଣ୍ଟା ଖୋଜିବା ପରେ ତାଙ୍କ ମୃତଦେହ ମିଳିଥିଲା।
ସେହିପରି ଗୁଣୁପୁରର ଗୁମୁଡ଼ାରେ ବଂଶଧାରା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ପରିବାର ଲୋକଙ୍କ ସହ ଡ଼ଙ୍ଗା ଭସାଇବାକୁ ଯାଇଥିଲେ। ମାତ୍ର ସେଠାରେ ଗାଧୋଇବା ସମୟରେ ସେ ବୁଡ଼ି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ତାଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Comments are closed.