ସତ୍ୟବାଦୀ ବ୍ଲକ ପରିଦର୍ଶନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ସାକ୍ଷୀଗୋପାଳ :  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ସୋମବାର ପୂର୍ବାହ୍ନରେ ଅଚାନକ ସତ୍ୟବାଦୀ ବ୍ଲକ ଗସ୍ତରେ ଆସିଥିଲେ। ବ୍ଲକରେ ପହଞ୍ଚିବା ପରେ ମନ୍ତ୍ରୀ ବଳପୁର ପଣ୍ଡାସାହି ବଳପୁର ପାରକିଣା ବାଗଲପୁର ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଶିଶୁଙ୍କ ସହ ଆଲୋଚନା କରିବା ସହ ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ପରେ ମନ୍ତ୍ରୀ ଉଆଁସ ଡ଼ିହ ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ସହ ସିଡ଼ିପିଓ ପ୍ରେମବାଳା ତ୍ରିପାଠୀ, ସୁନୀଲ କୁମାର ପଣ୍ଡାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.