ମାଲିକ ଜୀବନ ବଞ୍ଚାଇଲା କୁକୁର

ଜୟପୁର : କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ବୋଲି ଶୁଣିଥିବେ। ଏହାସହ ପୋଷା ଭାବେ ଘରେ ରହୁଥିବା କୁକୁର ମାଲିକର ସମସ୍ତ କଥା ମାନିବା ମଧ୍ୟ ଦେଖିଥିବେ। କିନ୍ତୁ ନିଜ ଜୀବନକୁ ବିପଦରେ ପକାଇ ମାଲିକ ଓ ତାର ପରିବାରକୁ ବଞ୍ଚାଉଥିବା ଭଳି କେତେକ ଘଟଣା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ସେହିପରି ଏକ ଅନୁରୂପ ଘଟଣା ଜୟପୁର ଜିଲାରେ ଘଟିଛି। ଜୟପୁର ରିଙ୍ଗରୋଡ଼ରେ ଥିବା ନରେନ୍ଦ୍ର ନାରାୟଣ ତ୍ରିପାଠୀଙ୍କ ଘରେ ରବିବାର ରାତିରେ ଏକ ନାଗ ସର୍ପ ପଶିବାକୁ ଉଦ୍ୟମ କରୁଥିବା ସମୟରେ ତାଙ୍କ ପୋଷା କୁକୁର ଡ଼ଗି ସାପ ସହ ଦୀର୍ଘ ୩୦ ମିନିଟ ଲଢେଇ କରିଥିଲା। ସାପ ଓ କୁକୁରର ଲଢେଇ ମଧ୍ୟରେ ଡ଼ଗି ସାପଟିକୁ ଦୁଇ ଖଣ୍ଡ କରି ଦେଲା। ନରେନ୍ଦଙ୍କ ଘରେ ୧୨ ଜଣ ସଦସ୍ୟ ରହୁଥିବାରୁ ସେମାନଙ୍କ ଜୀବନ ବଞ୍ଚାଇ ଯାଇଛି। କୁକୁରଟିର କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ।

Comments are closed.