ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ପାଳିବ ନାହିଁ, ବୋଇତ ବନ୍ଦାଣ ଉତ୍ସବ

ଧାମରା : ଭଦ୍ରକର ଧାମରାରେ ଦୀର୍ଘ ଦିନ ହେବ ବୋଇତ ବନ୍ଦାଣ କମିଟି ପକ୍ଷରୁ ପାଳନ ହୋଇଆସୁଥିବା ବୋଇତ ବନ୍ଦାଣ ଉତ୍ସବ, ଚଳିତ ବର୍ଷ ପାଳନ ହେବ ନାହିଁ ବୋଲି ସ୍ଥିର ହୋଇଛି।  ବାତ୍ୟା ବୁଲ୍‍ବୁଲ୍‍ ରେ ଧାମରାରେ ପ୍ରାୟ ୮ଟି ପଞ୍ଚାୟତରେ ବହୁ କ୍ଷୟକ୍ଷତି ହୋଇଛି। ବହୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଇଥିବା ସହ ବହୁ ଲୋକଙ୍କ ବାସଗୃହ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି। ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ବହୁ ବର୍ଷ ହେବ ଏହି ସାମଜିକ ଅନୁଷ୍ଠାନ ଧାମରା ୮ଟି ପଞ୍ଚାୟତର ଜନତାଙ୍କ ସୁଖଦୁଃଖରେ ଭାଗୀଦାର ହୋଇ ଆସୁଛି । ତେଣୁ ବୋଇତ ବନ୍ଦାଣ କମିଟି ଏହି ପଞ୍ଚାୟତରେ ପ୍ରଶାସନ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ ଜଣାଇଛି। ଏହା ସହ ଏହି କମିଟି ଚାଷୀ ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବୋଇତ ବନ୍ଦାଣ ଉତ୍ସବ ପାଳିବ ନାହିଁ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି।

Comments are closed.