ବୋଟରୁ ସମୁଦ୍ରକୁ ଖସି ଧୀବରର ମୃତ୍ୟୁ

ଧାମରା : ଭଦ୍ରକର ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚନ୍ଦନୀପାଳ ଠାରେ ବୋଟରୁ ସମୁଦ୍ରକୁ ଖସି ଜଣେ ଧୀବରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ଲାଲମୋହନ ଟୁଡ଼ୁ। ମିଳିଥିବା ସୂଚନା ଅନୁଯାୟୀ, ଲାଲମୋହନ ବୋଟର ଲଙ୍ଗର ପକାଉଥିବା ବେଳେ ସମୁଦ୍ରକୁ ଖସି ପଡ଼ିଥିଲେ। ପରେ ଅନ୍ୟ ଧୀବରମାନେ ତାଙ୍କୁ ଉଦ୍ଧାର କରି ଧାମରା ଡ଼ାକ୍ତରଖାନାକୁ ଆଣିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାର ଧାମରା ମେରାଇନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଥିବା ଜଣାପଡ଼ିଛି।

Comments are closed.