ଦୁର୍ବଳ ହେଲା ବୁଲ୍‍ବୁଲ୍‍

ଭୁବନେଶ୍ୱର : ରବିବାର ସକାଳେ ଭୀଷଣ ସାମୁଦ୍ରିକ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହୋଇ ବାତ୍ୟା ବୁଲ୍‍ବୁଲ୍‍ ଦୁର୍ବଳ ହୋଇଥିବା ଜଣାପଡ଼ିଛି। ପୂର୍ବ-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହୋଇ ବାଂଲାଦେଶ ଅତିକ୍ରମ କରିବା ସହ ୬ ଘଣ୍ଟା ମଧ୍ୟରେ ବୁଲ୍‍ବୁଲ୍‍ ଡ଼ିପ ଡ଼ିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଶନିବାର ବିଳମ୍ବିତ ରାତିରେ ସାଗରଦ୍ୱୀପ-ଖେପୁପରା ମଧ୍ୟରେ ବୁଲ୍‍ବୁଲ୍‍ ସ୍ଥଳଭାଗ (ଲ୍ୟାଣ୍ଡଫଲ) ଛୁଇଁ ଥିଲା। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିମି ରହିଥିଲା। ଲ୍ୟାଣ୍ଡଫଲର ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଥିଲା।

Comments are closed.