ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

ନୂଆପଡ଼ା : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ୨ଟି ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିଛି। ଏହି ଚଢାଉରେ ୯ଟି ମୋଟର ସାଇକେଲ , ୧୯ ହଜାର ଟଙ୍କା ଓ ୭ଟି ମୋବାଇଲ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଲୁକୁପାଲି ଓ ପଦ୍ମପୁରଠାରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ ନୂଆପଡ଼ା ଟାଉନ ଥାନା ପୁଲିସ ନିଜ ଟିମ ସହ ଏହି ଦୁଇଟି ସ୍ଥାନରେ ଚଢାଉ କରିଥିଲା।

Comments are closed.