କାନ୍ଥ ଭୁଶୁଡ଼ି ଶିଶୁ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବଜ୍ରଗୁମା ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୧୦ ମାସ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଘରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ବଜ୍ରଗୁମା ଗାଁର ଏକ ପରିବାର ଶୋଇଥିବା ସମୟରେ ଘରର ଓଦା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଏକ ୧୦ ମାସ ଶିଶୁର ମୃତ୍ୟୁ ହୋଇଥିଲା।

Comments are closed.