ବାଣ ଗୋଦାମରେ ଚଢାଉ

କଟକ : କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର, କାଜି ବଜାର ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ବାଣ ଗୋଦାମରେ ଶନିବାର ପୁଲିସ ଚଢାଉ କରିଛି। ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଗତ କିଛି ଦିନ ତଳେ ଜଗତପୁରର କିଛି ସ୍ଥାନରେ ପୁଲିସ ଚଢାଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଥିଲା।

Comments are closed.