ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ନୟାଗଡ଼ : ନୟାଗଡ଼ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବେଣାଗାଡ଼ିଆ ବରକୋଳି ଗାଁ ନିକଟ ଜଙ୍ଗଲରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକଙ୍କ ଜଣଙ୍କ ନିୟମିତ ଏହିି ଜଙ୍ଗଲକୁ କାଠ ଆଣିବାକୁ ଯାଆନ୍ତି। ଆଜି ମଧ୍ୟ ଯାଇଥିଲେ। ମାତ୍ର ଦୁର୍ଭାଗ୍ୟ ବଶତଃ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

Comments are closed.