ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରକ୍ରିୟା ପୂର୍ବରୁ ମାପଚୁପ ଆରମ୍ଭ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗଳବାର ଠାରୁ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରକ୍ରିୟା ପୂର୍ବରୁ ମାପଚୁପ ଆରମ୍ଭ ହୋଇଛି। ଏଥିପାଇଁ ବିଡ଼ିଏ ଓ ବିଏମସିର ସ୍ୱତନ୍ତ୍ର ଟିମକୁ ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରଶାସନ ତରଫରୁ ବିଡ଼ିଏ ଓ ବିଏମସି ଅଧିକାରୀମାନେ ପ୍ରଥମେ ମନ୍ଦିର ସଂଲଗ୍ନ ଅଞ୍ଚଳର ମାପଚୁପ କରିଛନ୍ତି। ସେମାନେ ବିଭିନ୍ନ ସ୍ଥାୟୀ ଘର, ଦୋକାନ ଓ ବାସଭବନକୁ ତଦାରଖ କରିଛନ୍ତି। ଏହି ପ୍ରକ୍ରିୟାରେ ମନ୍ଦିର ପ୍ରଶାସନ ମଧ୍ୟ ସାମିଲ ରହିଛି। ମାପଚୁପ ସରିବା ପରେ ଉଚ୍ଛେଦ ହେବ ବୋଲି ବିଡ଼ିଏ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.