ପଲିଥିନ ପାଇଁ ଚଢାଉ ବେଳେ ଉତ୍ତେଜନା

କଟକ : ନୂଆବଜାର ଛକରେ ସୋମବାର ପଲିଥିନ ପାଇଁ ସିଏମସିର ଚଢାଉ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି। ପଲିଥିନ ବ୍ୟାଗକୁ ନେଇ ଏନଫୋର୍ସମେଣ୍ଟ ଟିମର ଚଢାଉ ବେଳେ ଏହି ଉତ୍ତେଜନା ହୋଇଛି। ଟିମର ଜଣେ ସଦସ୍ୟଙ୍କୁ ଦୋକାନ ଭିତରେ ଭର୍ତ୍ତି କରି ଦୋକାନୀ ସଟର ପକାଇ ଦେଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର  କରିଥିବା ଜଣାପଡ଼ିଛି। ଏନଫୋର୍ସମେଣ୍ଟ ଟିମ ଦ୍ୱାରା ଏକ ଟ୍ରକ ପଲିଥିନ ଜବତ ହୋଇଥିବା ସୂଚନା ମିଳିଛି।

 

Comments are closed.