୨୫ ମାସର ଦରମା ବାକି ; ବରଗଡ଼ ଚିନି କାରଖାନା କର୍ମଚାରୀଙ୍କ ଧାରଣା

ବଗରଡ଼ : ବରଗଡ଼ ଠାରେ ଥିବା ସମବାୟ ଚିନି କାରଖାନାର କର୍ମଚାରୀଙ୍କ ୨୫ ମାସର ଦରମା ନମିଳିବା ଅଭିଯୋଗରେ ସୋମବାର ସେମାନେ ଧାରଣାରେ ବସିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମବାୟ ଚିନି କାରଖାନାର ସ୍ଥିତି ବର୍ତ୍ତମାନ ଉଦ୍‍ବେଗଜନକ ଭାବେ ରହିଥିବା ସହ କାରଖାନାର ପୁନଃ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବରଗଡ଼ ଗସ୍ତ ସମୟରେ ୧୧ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ। ମାତ୍ର ଏହି ଘୋଷଣାକୁ ଆଠମାସ ବିତିଯାଇଥିଲେ ମଧ୍ୟ ତାହା ମିଳିପାରି ନାହିଁ। ଏହାସହ କର୍ମଚାରୀଙ୍କ ବକେୟା ଦରମା ମିଳିନଥିବାରୁ କର୍ମଚାରୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହେଉନାହିଁ। ଫଳରେ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବା ସହ ସେମାନେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୨୫ ମାସର ବକେୟା ଦରମା ଓ ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। କର୍ମଚାରୀ ସଂଘ ତରଫରୁ ସୁବ୍ରତ ସାହୁ, ହିମାଂଶୁ କର, ଡ଼ୋଳାମଣି ମେହେର, ଉଦ୍ଧବ ସାହୁ, ବଲିଷ୍ଠ ସୁନାଙ୍କ ସହିତ ଶତାଧିକ କର୍ମଚାରୀ ଏହି ଧାରଣାରେ ସାମିଲ ହୋଇଛନ୍ତି।

Comments are closed.