ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ

ପୁରୀ : ଚିଲିକା ଜଳରାଶି ଉପରେ ଏକ ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ରବିବାର ଅପରାହ୍ନରେ ଚିଲିକା ଭିତରେ କିଛି ସମୟ ପାଇଁ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା। କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲରେ କଏଦ୍‍ କରିଥିଲେ। କାଳିଜାଈ ଓ ଜଟିଆନାଶୀ ମଝିରେ ପ୍ରାୟ ୧୫ ମିନିଟ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଆକାଶରେ ବହୁ ଉପରକୁ ଲମ୍ବିଥିବା ନଜର ଆସିଥିଲା। ଏହାକୁ ସ୍ଥାନୀୟଲୋକେ ହାତୀଆଶୁଣ୍ଢ ବୋଲି କହିଥାଆନ୍ତି। ତେବେ କିଛି ସମୟ ମଧ୍ୟରେ ଆଖି ସାମ୍ନାରୁ ଏହା ଉଦ୍ଭାନ ହୋଇଯାଇଥିଲା। ଅନ୍ୟପକ୍ଷରେ ଏହି ଘୂର୍ଣ୍ଣିବାୟୁ ପ୍ରଭାବରେ କୌଣସି କ୍ଷୟକ୍ଷତି ଘଟି ନଥିବା ସୂଚନା ମିଳିଛି। ଏଭଳି ଦୃଶ୍ୟ ଦେଖି କିଛି ଲୋକେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି।

Comments are closed.