ସଡ଼କ ଦୁର୍ଘଟଣାରେ ୧ ମୃତ ୨ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲା ହରେକୃଷ୍ଣପୁର ଅଞ୍ଚଳରେ ଶିବ ମନ୍ଦିର ଛକ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରେହୀଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତରଙ୍କୁ ନିକଟରେ ଥିବା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସକାଳ ସମୟରେ ଏକ ବାଇକରେ ୩ ଜଣ ବୌଦ୍ଧରୁ ନୟାଗଡ଼ ସୋଲପଟା ଫେରୁଥିଲେ। ସେହି ସମୟରେ ବାଇକ ଆରୋହୀ ଜଣକ ଦ୍ରୁତ ଗତିରେ ବାଇକ ଚଲାଉଥିବା କାରଣରୁ ନିୟନ୍ତ୍ରଣ ହରାଇ ଶିବ ମନ୍ଦିର ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନ ଭିତରକୁ ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Comments are closed.