ପାଟକୁରାରେ ନିର୍ବାଚନ; ସକାଳ ୯ଟା ସୁଦ୍ଧା ୧୨% ମତଦାନ

ପାଟକୁରା : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ନିର୍ଦ୍ଧାରଣ କରୁଛନ୍ତି। ପ୍ରଥମେ ସମସ୍ତ ୩୦୯ଟି ବୁଥରେ ମକପୋଲ ହେବା ପରେ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ୩୦୯ ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସକାଳ ୯ଟା ସୁଦ୍ଧା ୧୨% ମତଦାନ ହୋଇଥିବା ସୂଚନା ମିଳିଛି।

Comments are closed.