ପୁଅର ଟାଙ୍ଗିଆ ଚୋଟରେ ମା’ ମୃତ

କଟକ : କଟକ ଜିଲା ଚୌଦ୍ୱାର ଗୋପୀନାଥପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅ ତା’ ମା’କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ପୁଅଟି ନିଶାସେବନ କରି ଘରକୁ ଆସିଥିବା ବେଳେ ମା’ତାକୁ ତାଗିଦ କରିଥିଲା। ଏଥିରେ ମା’ ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ମଦ୍ୟପ ପୁଅ ନିଜ ମା’କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାରେ ମା’ର ମୃତ୍ୟୁ ହୋଇଛି। ମଦ୍ୟପ ପୁଅ ଫେରାର ଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.