ଆଖି ସାମ୍ନାରୁ ଶିଶୁ ଚୋରି

0

ପାଟଣାଗଡା : ପାଟଣାଗଡ ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି। ଜଣେ ମହିଳା ଶିଶୁପୁତ୍ରକୁ ନେଇ ପଳାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ତେଲାନପାଲିର ଜଣେ ମହିଳାଙ୍କର ରବିବାର ଦିନ ମେଡିକାଲରେ ପୁଅ ହୋଇଥିଲା। ବୁଧବାର ଦିନ ଶିଶୁ ପୁତ୍ରକୁ ଜଣେ ଅଚିହ୍ନା ମହିଳା ଧରି ଥିବା ବେଳେ ହଠାତ ନେଇ ପଳାଇଥିଲେ। ତେବେ ଦିନ ଦ୍ବିପ୍ରହରରେ ଆଖି ଆଗରେ ଶିଶୁ ଚୋରି ହୋଇଥିବା ନେଇ ଆଲୋଡନା ସୃଷ୍ଟି ହୋଇଛି। ଏନେଇ ଥାନାରେ ଅଭିଯୋଗ କରାଯାଇଛି।

Leave A Reply