ମିଳିଲା ଚୋରି ହୋଇଥିବା ଶିଶୁପୁତ୍ର ; ୨ ଗିରଫ

0

ପାଟଣାଗଡ : ପାଟଣାଗଡ ଡାକ୍ତରଖାନା ପରିସରରୁ ଚୋରି ହୋଇଥିବା ଶିଶୁପୁତ୍ର ଶନିବାର ଦିନ ମିଳିଛି। ଏନେଇ ପୁଲିସ ସୂଚନା ଦେଇଛି। ଅଚିହ୍ନା ମହିଳା ଜଣକ ଶିଶୁକୁ ଏକ ବାଇକରେ ନେଇ ପଳାଇଥିଲେ। ସିସିଟିଭି ଫୁଟେଜରୁ ବାଇକ ନମ୍ବରକୁ ଆଧାର କରି ପୁଲିସ ଶିଶୁପୁତ୍ରକୁ ଖୋଜିବାରେ ସଫଳ ହୋଇଥିବା ଜଣାପଡିଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଦିନ ପାଟଣାଗଡ ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଥିଲା। ଜଣେ ଅଚିହ୍ନା ମହିଳା ଶିଶୁ ପୁତ୍ରକୁ ଧରି ଥିବା ବେଳେ ହଠାତ ନେଇ ପଳାଇଥିଲେ। ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା।

Leave A Reply