ପାଖେଇ ଆସୁଛି ନୂତନ ବର୍ଷ, ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ ମିଳିବ ଶୁଭଫଳ

ଖୁବ ଶୀଘ୍ର ୨୦୧୯ ମସିହା ଶେଷ ହେବାକୁ ଯାଉଥିବା ବେଳେ ୨୦୨୦ର ଆଗମନ ହେବ। ନୂତନ ବର୍ଷରେ ନିଜର ମନସ୍କାମନା ପୂରଣ ପାଇଁ ଆପଣ କିଛି ବିଶେଷ ଉପାୟ ଆପଣେଇ ପାରିବେ। ଜାଣନ୍ତୁ ରାଶି ଅନୁଯାୟୀ, କେଉଁ ଉପାୟ କରିବା ଦ୍ୱାରା ୨୦୨୦ ମସିହା ଆପଣଙ୍କ ପାଇଁ ସୁଖସମୃଦ୍ଧି ସହ ଧନ ପ୍ରାପ୍ତିର ଏକ ମାର୍ଗ ଆଣିବ….
ମେଷ – ଏହି ବର୍ଷ ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହାସହ ଲାଲ ଚନ୍ଦନ, ତିଳକ ମଥାରେ କିମ୍ବା କଣ୍ଠରେ ଲଗାନ୍ତୁ।
ବୃଷ – ଏହି ବର୍ଷ ନିୟମିତ ରୂପରେ ପ୍ରଭୁ ଶିବଙ୍କୁ ଜଳ ଅର୍ପଣ କରନ୍ତୁ। ନିଜ ପାଖରେ ଏକ ଚାନ୍ଦି ଟଙ୍କା ମଧ୍ୟ ରଖନ୍ତୁ।
ମିଥୁନ – ଏହି ବର୍ଷ ପ୍ରଭୁ ହନୁମାନଙ୍କ ଉପାସନା କରନ୍ତୁ। ମଙ୍ଗଳବାର ଦିନ ହନୁମାନଙ୍କୁ ଲାଲ ଫୁଲ ଚଢାନ୍ତୁ।
କର୍କଟ – ଏହି ବର୍ଷ ମା’ଲକ୍ଷ୍ମୀଙ୍କ ଉପାସନା କରନ୍ତୁ। ନିୟମିତ ଶ୍ରୀ ସୁକ୍ତମ ପାଠ କରନ୍ତୁ।
ସିଂହ – ଏହି ବର୍ଷ ପ୍ରଭୁ ଗଣେଶଙ୍କ ଉପାସନା କରନ୍ତୁ। ସିନ୍ଦୂର ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ।
କନ୍ୟା – ଏହି ବର୍ଷ ମା’ ଦୁର୍ଗାଙ୍କ ଉପାସନା କରନ୍ତୁ। ନିୟମିତ ମା’ଙ୍କୁ ଲବଙ୍ଗ ଅର୍ପଣ କରନ୍ତୁ।
ତୁଳା – ଏହି ବର୍ଷ ପ୍ରଭୁ ଶନିଦେବଙ୍କ ଉପାସନା କରନ୍ତୁ। ପ୍ରତ୍ୟେକ ଦିନ ଶନିବାର ଦୀପ ଦାନ କରନ୍ତୁ।
ବିଛା – ଏହି ବର୍ଷ ଭଗବାନ ବିଷ୍ଣୁଙ୍କ ଉପାସନା କରନ୍ତୁ। ସୁନା କିମ୍ବା ପିତ୍ତଳ ଦ୍ରବ୍ୟ ଦାନ କରନ୍ତୁ।
ଧନୁ – ଏହି ବର୍ଷ ସୂର୍ଯ୍ୟଦେବଙ୍କ ଉପାସନା କରନ୍ତୁ। ଏକ ତମ୍ବାର ଟଙ୍କା ନିଜ ପାଖରେ ରଖନ୍ତୁ।
ମକର – ଏହି ବର୍ଷ ପ୍ରଭୁ ଶନିଦେବଙ୍କ ଉପାସନା କରନ୍ତୁ। ପ୍ରତ୍ୟେକ ଶନିବାର ଦୀପଦାନ କରନ୍ତୁ।
କୁମ୍ଭ – ଏହି ବର୍ଷ ପ୍ରଭୁ ଶଙ୍କରଙ୍କର ଉପାସନା କରନ୍ତୁ। ସକ୍ଷମ ଅନୁଯାୟୀ ସୋମବାର ଦିନ ବ୍ରତ ରଖନ୍ତୁ।
ମୀନ – ଏହି ବର୍ଷ ଗାୟତ୍ରୀ ମନ୍ତ୍ରର ନିୟମିତ ଜପ କରନ୍ତୁ। ରୁଦ୍ରାକ୍ଷ ମଧ୍ୟ ଧାରଣ କରନ୍ତୁ। 

Comments are closed.