ନବବର୍ଷ ଆରମ୍ଭ ପୂର୍ବରୁ ସାରି ଦିଅନ୍ତୁ ଏହି କାର୍ଯ୍ୟ

0

ପୁରୁଣା ବର୍ଷ ସହ ସମସ୍ତଙ୍କର ଭଲ ଓ ଖରାପ ଉଭୟ ସମ୍ପର୍କ ରହିଛି। ଏଣୁ ଆମେ ଭଲ କଥାଗୁଡିକୁ ମନେ ରଖିବା ଉଚିତ। ଖରାପ କଥାଗୁଡିକୁ ଭୁଲି ଯିବା ଉଚିତ। ଏହି ଦିନରେ କିଛି ବିଶେଷ କାର୍ଯ୍ୟ କରିବା ଦ୍ବାରା ଜୀବନରେ ଉନ୍ନତି ହୋଇଥାଏ। ଏହାସହ ବର୍ଷ ସାରା ଜୀବନ ଖୁସିରେ ଅତିବାହିତ ହୋଇଥାଏ। ଡିସେମ୍ବର ୩୧ତାରିଖ ଦିନ ସମସ୍ତ କାର୍ଯ୍ୟ ସାରି ଦେବା ଉଚିତ। ଜାଣନ୍ତୁ ସେ କାର୍ଯ୍ୟଗୁଡିକ କ’ଣ ..

ପୁରୁଣା ବର୍ଷର ଶେଷ ଦିନରେ କ’ଣ କରିବା ଉଚିତ୍ ..

ଘରକୁ ଭଲ ଭାବେ ସଫା କରି ଦିଅନ୍ତୁ। ଯେତେ ସମ୍ଭବ ଘରକୁ ସଜାଇ ଦିଅନ୍ତୁ।

ଭଗବାନଙ୍କର ଯେକୌଣସି ସ୍ବରୂପଙ୍କୁ ସ୍ମରଣ କରି ପ୍ରାର୍ଥନା କରନ୍ତୁ।

ଏହି ଦିନ ଗରିବ ବ୍ୟକ୍ତିଙ୍କୁ ବସ୍ତ୍ର ଓ ଭୋଜନ ଦାନ କରନ୍ତୁ।

ଏହି ଦିନ ସଫା ଓ ଆକର୍ଷଣୀୟ ପୋଷାକ ପରିଧାନ କରନ୍ତୁ।

କଳା ରଙ୍ଗର ପୋଷାକ ପରିଧାନ କରନ୍ତୁ ନାହିଁ।

ପୁରୁଣା ବର୍ଷର ଶେଷ ଦିନରେ ଏହି କାର୍ଯ୍ୟ କରନ୍ତୁ ନାହିଁ  ..

ଘର ଛାଡି ଇତସ୍ଥତଃ ବୁଲନ୍ତୁ ନାହିଁ।

ଆମିଷ ଓ ମଦ୍ୟପାନ କରନ୍ତୁ ନାହିଁ।

କାହା ସହ ଝଗଡା କରନ୍ତୁ ନାହିଁ।

କାହା ଠାରୁ କରଜ ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ।

ପୁରୁଣା ବର୍ଷର ଶେଷ ଦିନରେ କିମ୍ବା ନବ ବର୍ଷର ଆରମ୍ଭରେ ମନୋକାମନା ପୂର୍ଣ୍ଣ ପାଇଁ ଏହି ଉପାୟ କରନ୍ତୁ ..

ଧନ ଓ ସମ୍ପତ୍ତି ବୃଦ୍ଧି ପାଇଁ ଘରକୁ ଆଲୋକିତ କରନ୍ତୁ।

ଋଣଭାର ଓ ମୋକଦ୍ଦମାରୁ ମୁକ୍ତି ପାଇବା ପାଇଁ ଘରେ ଫୁଲର ଝାଲେରୀ ଲଗାନ୍ତୁ।

ସନ୍ତାନ ପ୍ରାପ୍ତି ପାଇଁ ଫୁଲର ବୃକ୍ଷ ଲଗାନ୍ତୁ।

ଚାକିରୀ, ବ୍ୟବସାୟ ଓ ରୋଜଗାର ପାଇଁ ଭଗବାନ ବିଷ୍ଣୁଙ୍କ ସହସ୍ରନାମ ପାଠ କରନ୍ତୁ। ଏହାସହ ଗରିବ ବ୍ୟକ୍ତିଙ୍କୁ ଭୋଜନ କରାନ୍ତୁ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Leave A Reply