ନବବର୍ଷ ୨୦୧୯ର ଏହି ୧୯ଟି ଉପାୟ; ବଦଳାଇ ଦେବ ଭାଗ୍ୟ

0

ନୂଆ ବର୍ଷର ଆରମ୍ଭ ହେବାକୁ ଅଳ୍ପ କିଛି ଦିନ ବାକି ରହିଛି । ସେଥିପାଇଁ ଲୋକମାନେ ଯୋଜନା ମଧ୍ୟ ପ୍ରସ୍ତୁତ କରି ସାରିଲେଣି । ହେଲେ ନୂଆବର୍ଷ କିଭଳି ହେବ ଏବଂ କାହାକୁ କେତେ ଖୁସୀ ମିଳିବ ତାହା ସମସ୍ତଙ୍କୁ ଅଜଣା । କିନ୍ତୁ ଯଦି ଆପଣ ଚାହୁଁଛନ୍ତି ନୂଆବର୍ଷ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦେଉ, ତେବେ ଏହି ୧୯ଟି ଉପାୟ ଆପଣାଇ ଦେଖନ୍ତୁ । ଦେଖିବେ ୨୦୧୯ ଆପଣଙ୍କ ଜୀବନ ସୁଖମୟ ହେବ ।

୧. ମା’ ଲକ୍ଷ୍ମୀ ସେହି ସ୍ଥାନକୁ ଆଗମନ କରିନ୍ତି ଯେଉଁ ଠାରେ ସ୍ବଚ୍ଛତା ରହିଥାଏ । ଅର୍ଥାତ୍ ବାସଗୃହ ଓ କାର୍ଯ୍ୟସ୍ଥଳୀକୁ ସ୍ବଚ୍ଛତା ଓ ସୁଗନ୍ଧିତ ରଖନ୍ତୁ ।

୨. ଗୋମୁତ୍ର, ଲୁଣ ଓ ଫିଟିକିରିକୁ ପାଣିରେ ମିଶାଇ ପ୍ରତିଦିନ ଘରେ ପୋଛା ଲଗାନ୍ତୁ । ଏହା ଦ୍ବାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇ ନଥାଏ । ବସ୍ତ୍ରାଦିକୁ ସ୍ବଚ୍ଛ ରଖିବା ସହ ପରଫ୍ୟୁମ୍ ବ୍ୟବହାର କରିବା ଭୁଲନ୍ତୁ ନାହିଁ ।

୩. ନୂଆବର୍ଷର ପ୍ରଥମ ଦିନରେ ପୂଜାର୍ଚ୍ଚନା କରିବା ଉଚତ୍ ।

୪. ବର୍ଷାରମ୍ଭରେ କିଛି ନୂଆ କରିବାର ସଙ୍କଳ୍ପ ନିଅନ୍ତୁ ଏବଂ ଏହାକୁ ପୁରଣ ମଧ୍ୟ କରନ୍ତୁ ।

୫. ବୃକ୍ଷ-ଲତା ଲଗାଇ ସେଗୁଡିକର ଯତ୍ନ ନିଆନ୍ତୁ ।

୬. ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅବଶ୍ୟ ଜପ କରନ୍ତୁ । ୪୦ ଦିନ ପରେ ଏହାର ପରିଣାମ ଆପଣ ନିଜେ ଦେଖିପାରିବେ ।

୭. ଆୟ କମ୍ ବା ବ୍ୟୟ ଅଧିକ ହେଉଥିଲେ ଏବଂ ଋଣ ବୋଝ ଥିଲେ ନୂଆବର୍ଷରେ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

୮. ଜାତକରେ ଗ୍ରହରେ ସ୍ଥିତି ଉଚ୍ଚରେ ବା ସକରାତ୍ମକ ସ୍ଥାନରେ ରହିଥିଲେ, ବିଶେଷ ପୂଜା କରିବା ଦ୍ବାରା ସୁଫଳ ମିଳିଥାଏ ।

୯. ଯେଉଁ ମାନଙ୍କ ଜାତକରେ କାଳସର୍ପ ଦୋଷ ରହିଛି, ଏହି ଦିନ ସେମାନେ ମହାଦେବକୁ ପୂଜା କରିବା ଉଚିତ୍ ।

୧୦. ଯେଉଁମାନଙ୍କ କାର୍ଯ୍ୟରେ କିଛି ଉଚ୍ଚ ପଦସ୍ଥ କର୍ମଚାରୀ ବାଧା ସୃଷ୍ଟି କରୁଛନ୍ତି, ସେମାନେ ମକର ସଂକ୍ରାନ୍ତି (୧୪ ଜାନୁଆରୀ) ପର୍ଯ୍ୟନ୍ତ ମାଳା ଜପ କରନ୍ତୁ ।

୧୧. ଯେଉଁ ବ୍ୟକ୍ତିର କାର୍ଯ୍ୟରେ ବିଘ୍ନତା ଆସୁଛି ସେମାନେ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମାଳା ଜପ କରନ୍ତୁ ।

୧୨. ଯେଉଁମାନଙ୍କୁ ଜ୍ଞାନର ଆବଶ୍ୟକତା ରହିଛି, ସେମାନେ ନିତ୍ୟ ‘ଓଁ ନମ ଶିବାୟା’ ମନ୍ତ୍ର ଜପ କରନ୍ତୁ ।

୧୩. ଯେଉଁମାନଙ୍କ ଜାତକରେ ରାହୁ ଗ୍ରହ ଖରାପ ସ୍ଥାନରେ ରହିଛି ମକର ସଂକ୍ରାନ୍ତିରୁ ଆସନ୍ତା ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ପାଣି ଥିବା ନଡିଆ ବା ପଇଡ ବିଶୁଦ୍ଧ ଜଳରେ ଭସାଇ ଦିଅନ୍ତୁ ।

୧୪. କେତୁ ଗ୍ରହ ପ୍ରଭାବରେ ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତ୍ୟେକ ଶନିବାର କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ଗଣେଶ ବନ୍ଦନା ପାଠ କରନ୍ତୁ ।

୧୫. ଜାତକରେ କାଳସର୍ପ ଦୋଷ ରହିଥିଲେ ଶିବରାତ୍ରୀରୁ ପ୍ରତି ଶନିବାର ଶିବ ମନ୍ଦିର ବା ଅଶ୍ବତ୍ଥ ବୃକ୍ଷ ତଳେ ବସି ନାଗ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

୧୬. ଯେଉଁ ବିଦ୍ୟାର୍ଥୀ ପାଠପଢାରେ ଖରାପ ପ୍ରଦର୍ଶନ କରୁଛନ୍ତି ଏବଂ ସେମାନଙ୍କ ସ୍ମରଣ ଶକ୍ତି ମଧ୍ୟ କମ୍ , ସେମାନେ ବସନ୍ତ ପଞ୍ଚମୀରୁ ସରସ୍ବତୀ ଫଟୋ ନିକଟରେ ପ୍ରତିଦିନ ମାଳା ଜପ କରନ୍ତୁ ।

୧୭. ଅଧିକ ଭୟ କରୁଥିବା ଲୋକେ ମକର ସଂକ୍ରାନ୍ତିରୁ ପ୍ରତିଦିନ ହନୁମାନ ମନ୍ତ୍ର ଜପ କରନ୍ତୁ ।

୧୮. ପ୍ରତିଦିନ ଅଶ୍ବତ୍ଥ ବୃକ୍ଷ ମୂଳରେ ଦୀପ ଜଳାନ୍ତୁ । ନଚେତ୍ ମଙ୍ଗଳବାର ଦିନ ହନୁମାନଙ୍କୁ ପାନ ବିଡା ଚଢାନ୍ତୁ ।

୧୯. ଗାଈ, ପକ୍ଷୀ, କୁକୁର, ପିମ୍ପୁଡିକୁ ଆହାର ଦିଅନ୍ତୁ । ତୁଳସୀ ପୂଜା କରନ୍ତୁ ଏବଂ ପ୍ରତିଦିନ ଦୀପ ଜଳାନ୍ତୁ ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Leave A Reply