ଦୃଷ୍ଟିହୀନଙ୍କ ପାଇଁ ଆସିଲା ସ୍ୱତନ୍ତ୍ର ଧରଣର ମୁଦ୍ରା

0

ନୂଆଦିଲ୍ଲୀ : ଦୃଷ୍ଟିହୀନମାନଙ୍କ ପାଇଁ ନୂଆ ସ୍ୱତନ୍ତ୍ର ଧରଣର ମୁଦ୍ରା ଉନ୍ମୋଚିତ ହୋଇଛି । ଏକ ଟଙ୍କିଆ, ଦୁଇଟଙ୍କିଆ, ପାଞ୍ଚ ଟଙ୍କିଆ, ଦଶ ଟଙ୍କିଆ ଓ ୨୦ଟଙ୍କିଆ ମୁଦ୍ରା ଉନ୍ମୋଚିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଏହି ମୁଦ୍ରା ଉନ୍ମୋଚନ କରିଛନ୍ତି। ମୁଦ୍ରା ଉନ୍ମୋଚନ ସମୟରେ ଅନେକ ଦୃଷ୍ଟିହୀନ ପିଲାଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ତା’ଙ୍କ ସରକାର ସମାଜର ତଳସ୍ତରର ଲୋକକୁ  ସମସ୍ତ ସୁବିଧା ପ୍ରଦାନର ଲକ୍ଷ୍ୟ ନେଇ ଅଗ୍ରସର ହେଉଛନ୍ତି । ଏହି ନୂଆ ମୁଦ୍ରାଗୁଡିକୁ ଦୃଷ୍ଟିହୀନମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସେ କହିଛନ୍ତି।

Leave A Reply