୭ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

0

ନୂଆଦିଲ୍ଲୀ : ସାତଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଏନେଇ ରାଷ୍ଟ୍ରପତି ଭବନରୁ ମଙ୍ଗଳବାର ସନ୍ଧ୍ୟାରେ ନିର୍ଦେଶନାମା ଜାରି ହୋଇଛି। ବିହାର ରାଜ୍ୟାପାଳ ସତ୍ୟପାଲ ମଲିକଙ୍କୁ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନର ଜାମ୍ମୁ କାଶ୍ମୀର ରାଜ୍ୟପାଳ ଏନ୍‍.ଏନ୍‍ ଭୋରାଙ୍କ ସ୍ଥାନ ନେବେ। ସେହିପରି ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ଲାଲଜୀ ଟଣ୍ଡନଙ୍କୁ ବିହାର, ଗଙ୍ଗା ପ୍ରସାଦଙ୍କୁ ସିକିମ୍‍, ତଥାଗତ ରୟଙ୍କୁ ମେଘାଳୟା, କପ୍ତାନ ସିଂହ ସୋଲିଙ୍କିଙ୍କୁ ତ୍ରିପୁରା, ସତ୍ୟଦେବ ନାରାୟାଣ ଆର୍ଯ୍ୟଙ୍କୁ ହରିୟାଣା, ବେବିରାଣୀ ମୋର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply