ଅଗ୍ନିଶମ କର୍ମଚାରୀଙ୍କ ନୂଆ ଡ୍ରେସ୍‍ କୋଡ୍‍

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ କର୍ମଚାରୀଙ୍କ ଡ୍ରେସ୍‍ କୋଡ୍‍ ପରିବର୍ତନ କରାଯାଇଛି। ଏନେଇ ଗୃହ ବିଭାଗ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ କରୁଥିବା ସମୟରେ ବର୍ତ୍ତମାନ ପ୍ରଚଳିତ ଥିବା ଡ୍ରେସ ପରିଧାନ କରିବେ କିନ୍ତୁ ଅନ୍ୟ ସମୟରେ ନୂଆ ଡ୍ରେସ୍‍ ପରିଧାନ କରିବେ। ନାଲି ରଙ୍ଗର ଟ୍ରାକ୍‍ ପ୍ୟାଣ୍ଟ ସେଥିରେ ହଳଦିଆ ପଟି ରହିବ ଏବଂ ଏଥିସହିତ ଲାଲ ରଙ୍ଗର ଫାୟାର ଲେଖାଥିବା ହଳଦିଆ ରଙ୍ଗର ଟି-ସାର୍ଟ ପରିଧାନ କରିବେ ଅଗ୍ନିଶମ କର୍ମଚାରୀ। ଏହି ନୂଆ ଡ୍ରେସ୍‍ କୋଡରେ ଅଗ୍ନିଶମ କର୍ମଚାରୀମାନେ ପାକୃତିକ ବିପର୍ଯ୍ୟୟ,ବନ୍ୟା ମୁକାବିଲା ଓ ଉଦ୍ଧାରକାର୍ଯ୍ୟରେ ସମୟରେ ମଧ୍ୟ ପରିଧାନ କରିବେ।

Comments are closed.