ମାଟି ତଳୁ ଉଦ୍ଧାର ହେଲା ଶିଶୁକନ୍ୟା

0

ବଣାଇ: ରଖେ ହରି ମାରେ କିଏ ? ଏହି ଉକ୍ତିଟିକୁ ପ୍ରମାଣ କରିଛି ମାତ୍ର ଗୋଟିଏ ଦିନର ନବଜାତ ଶିଶୁକନ୍ୟା । ରାତି ତମାମ ନବଜାତ ଶିଶୁକନ୍ୟାଟି ମାଟି ତଳେ ପୋତି ହୋଇ ରହିଥିଲେ ବି ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛି । ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଘଟିଛି । ଶିଶୁକନ୍ୟାଟିକୁ ଟିକାୟତପାଲି ସାନଝରଣ ନାଳ ନିକଟରୁ ସ୍ଥାନୀୟଲୋକେ ଓ ଆଶକର୍ମୀ ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳର କିଛି ପିଲା ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଶିଶୁଟି କାନ୍ଦ ଶୁଣିବାକୁ ପାଇଥିଲେ ।  କିନ୍ତୁ କାଳବୈଶାଖୀ ଯୋଗୁଁ ଶିଶୁଟିକୁ ଉଦ୍ଧାର କରିପାରି ନଥିଲେ । ଆଜି ସକାଳେ ସ୍ଥାନୀୟଲୋକେ ପୁଲିସ ଓ ଆଶାକର୍ମୀଙ୍କୁ ସାଙ୍ଗେରେ ନେଇ  ଜଙ୍ଗଲ ମଧ୍ୟକୁ ଯାଇଥିଲେ ଏବଂ ସେଠାରେ ନାଳରେ ପୋତା ହୋଇଥିବା ନବଜାତ ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶିଶୁକନ୍ୟାଟିକୁ ପ୍ରଥମେ ବଣାଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ରାଉରକେଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply