ମୂଳା ସହ ଖାଆନ୍ତୁ ନାହିଁ ଏହି ଜିନିଷ : ହୋଇଥାଏ ବିଷ ସଦୃଶ

0

ମୂଳା ଏପରି ଏକ ପରିବା ଯେଉଁଥିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। କେହି ମୂଳାକୁ ସାଲାଡ୍ ସହିତ ଖାଇବାକୁ ପସନ୍ଦ କରିଥା’ନ୍ତି ତ ଆଉ କେହି ଏହାର ପରଟା ଖାଇବାକୁ ପସନ୍ଦ କରନ୍ତି କିମ୍ବା ଭାଜି ଖାଇବାକୁ ଭଲ ପାଆନ୍ତି। ଏହା ପାଚନ ଶକ୍ତି ବୃଦ୍ଧି କରାଇଥାଏ। ହେଲେ ମୂଳା ଖାଇବାର ସଠିକ୍ ନିୟମ ବିଷୟରେ ନଜାଣିଲେ ଏହା ବିପରୀତ ଫଳ ଦେଇଥାଏ। ଏପରି କିଛି ଜିନିଷ ଅଛି ଯାହା ସହ ମୂଳା ଖାଇବା ଦ୍ବାରା ତାହା ବିଷ ସଦୃଶ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଖାଦ୍ୟ ସହ ମୂଳାର ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ।

-ମୂଳା ଖାଇବା ପରେ ଭୁଲରେ ମଧ୍ୟ କଲରା ଖାଆନ୍ତୁ ନାହିଁ। ଏପରି କଲେ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିପାରେ। କାରଣ ଏହି ଦୁଇ ପରିବାର ମିଶ୍ରଣ ଆପଣଙ୍କ ପେଟରେ ପ୍ରତିକ୍ରିୟା ସୃଷ୍ଟି କରିପାରେ। ତେଣୁ ଯେବେ ବି ଆପଣ ମୂଳା ଖାଉଛନ୍ତି, ତାହାର ୨୪ ଘଣ୍ଟା ମଧ୍ୟରେ କଲରା ଖାଆନ୍ତୁ ନାହିଁ। ଏହାଦ୍ବାରା ଶ୍ବାସକ୍ରିୟାରେ କଷ୍ଟ ଅନୁଭୂତ ହେବା ସହ ହୃଦୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବାର ଆଶଙ୍କା ଥାଏ।
-ସେହିପରି ମୂଳା ସହିତ କମଳା ଆଦୌ ଖାଆନ୍ତୁ ନାହିଁ। ମୂଳା ଏବଂ କମଳା ଏକାଠି ଖାଇବା ବିଷ ସହିତ ସମାନ ହୋଇଥାଏ। ଏହି ଦୁଇଟି ଜିନିଷକୁ ଏକାଠି ସେବନ କଲେ ଆପଣଙ୍କ ପେଟ ଖରାପ ହୋଇପାରେ। ତେଣୁ ମୂଳା ଓ କମଳାର ସେବନ ପ୍ରାୟତଃ ୧୨ ଘଣ୍ଟା ଅନ୍ତରରେ କରିବା ଉଚିତ୍।

ଜାଣନ୍ତୁ ମୂଳା ସହ କ’ଣ ଖାଇବା ଲାଭଦାୟକ ହୋଇଥାଏ :

-ଯଦି ଆପଣଙ୍କ ପେଟରେ କୃମି ହୋଇଛି ତେବେ କଞ୍ଚା ମୂଳା ସେବନ କରନ୍ତୁ । ତେବେ ଯେଉଁ ଲୋକ ମାନଙ୍କୁ ଏହାର ସ୍ବାଦ ଭଲ ଲାଗୁନଥିବ ସେମାନେ ଡାଳିମ୍ବ ରସ ସହିତ ଏହାର ସେବନ କରିପାରିବେ।
-ଆପଣ ଚାହିଁଲେ ମୂଳାକୁ ଘିଅରେ ମିଶାଇ ଖାଇ ପାରିବେ।
-ଏହାବ୍ୟତୀତ ମୂଳାକୁ ହଳଦୀ ସହିତ ମିଶାଇ ଖାଇବା ବେଶ୍ ଲାଭଦାୟକ ହୋଇଥାଏ । ଏହା ଅର୍ଶ ରୋଗ ପାଇଁ ଉପଯୋଗୀ ଅଟେ।
-ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ତେବେ ମୂଳା ରସରେ ଅଦା ରସ ମିଶାଇ ପିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଭୋକ ବଢିବା ସହିତ ସମସ୍ତ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।

Leave A Reply