ନେପାଳ: ନଦୀକୁ ଜିପ୍‌ ଖସି ପଡ଼ି୧୨ ଜଣ ନିଖୋଜ

କାଠମାଣ୍ଡୁ . – ନେପାଳର ହୁମଲା ଜିଲ୍ଲାରେ ପାହାଡିଆ ରାସ୍ତାରୁ ଏକ ଜିପ୍‌ ନଦୀ ମଧ୍ୟକୁ ଖସିପଡିବାରୁ ୧୨ ଲୋକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଖାର୍ପୁନାଥ ଗ୍ରାମୀଣ ନଗରପାଳିକା ଅଞ୍ଚଳରେ ଏହି ଘଟଣା ଘଟିଛି । ଅପରାହ୍ନ ସମୟରେ ଜିପ୍‌ଟି ରାସ୍ତାରୁ ନଦୀ ମଧ୍ୟକୁ ଖସି ପଡିଥିଲା । ଏହାପରେ ନଦୀ ମଧ୍ୟରେ ତାହା ବୁଡିଯାଇଥିଲା ।
ନିଖୋଜ ହୋଇଯାଇଥିବା ଲୋକଙ୍କର କୌଣସି ଖୋଜ ଖବର ମିଳିନାହିଁ । ସ୍ଥାନୀୟ ପ୍ରଶାସନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Comments are closed.