ମେ ୨୦ରେ ହେବ ଓଡ଼ିଶାରେ ନିଟ୍‍ ପରୀକ୍ଷା

ଭୁବନେଶ୍ୱର/ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ‘ନିଟ୍‍-୨୦୧୯’ ଓଡିଶାରେ ଚଳିତମାସ ୨୦ତାରିଖରେ ଅନୁଷ୍ଠିତ ହେବ। ସାମୁଦ୍ରିକ ବାତ୍ୟା ଫୋନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରକୁ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଯୋଗୁଁ ମେ ୫ ରବିବାର ରାଜ୍ୟରେ ହେବାକୁ ଥିବା ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା। ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ପରୀକ୍ଷା ବାତିଲ ନେଇ ଭାରତୀୟ ଜାତୀୟ ଛାତ୍ର ସଂଘ ଅଧ୍ୟକ୍ଷ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଆର. ସୁବ୍ରମଣ୍ୟମ୍‍ଙ୍କୁ ଅନୁରୋଧ କରିଥିଲେ।

ମିଳିଥିବା ସୂଚନାନୁଯାୟୀ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା କରାଯାଉଥିବା ନିଟ୍‍ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ପୂର୍ବ ଘୋଷଣା ଅନୁଯାୟୀ ରହିବ ଓ ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପରୀକ୍ଷାର୍ଥୀମାନେ ଖୁବ୍‍ ଶୀଘ୍ର www.ntaneet.nic.inରୁ ଆଡମିଟ୍‍ କାର୍ଡ ପାଇପାରିବେ।

Comments are closed.