ଶାହରୁଖ, କରନ ହେଉଛନ୍ତି ସ୍ବାର୍ଥପର : ନୀନା ଗୁପ୍ତା

ମୁମ୍ବଇ : ବଲିଉଡ଼ର କିଙ୍ଗଖାନ ଶାହରୁଖ ଖାନ୍ ଏବଂ ବଲିଉଡର ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କୁ ସ୍ୱାର୍ଥପର ବୋଲି କହିଛନ୍ତି ନୀନା ଗୁପ୍ତା। ସୂଚନା ମୁତାବକ, ନୀନାଙ୍କ ଝିଅ ମସାବା ବଲିଉଡ଼ରେ କ୍ୟାରିୟର କରିବାକୁ ଚାହୁଁଛନ୍ତି। ମାତ୍ର ଝିଅ ଅଭିନୟରେ କ୍ୟାରିୟର କରୁ ତାହା ନୀନା ଆଦୌ ଚାହୁଁନାହାନ୍ତି। ଏଥିପାଇଁ ସେ ଝିଅକୁ ଅନେକ ଥର ବୁଝାଇବା ପରେ ମଧ୍ୟ ସେ ତାଙ୍କ ଜିଦରେ ଅଟଳ ରହିଛନ୍ତି। ଦିନେ ଅଚାନକ ଏକ ବିମାନରେ ନୀନାଙ୍କର ଶାହାରୁଖ ଓ କରନଙ୍କ ସହ ଦେଖା ହୋଇଥିଲା। ସେଠାରେ ସେ ଉଭୟଙ୍କୁ ତାଙ୍କ ଝିଅକୁ ବଲିଉଡ଼ରେ କ୍ୟାରିୟର ନକରିବାପାଇଁ ବୁଝାଇବାକୁ କହିଥିଲେ। ଶାହରୁଖ ଓ କରନ ଏଥିରେ ରାଜି ହୋଇ ନୀନାଙ୍କ ଝିଅଙ୍କୁ ବୁଝାଇବା ପାଇଁ କହିଥିଲେ। ମାତ୍ର ତାହା କରିନଥିଲେ। ତେଣୁ ଏକ ସାକ୍ଷାତ୍କାରରେ ନୀନା ସେମାନଙ୍କୁ ସ୍ବାର୍ଥପର କହିଛନ୍ତି। ମାତ୍ର ନୀନା ତାହାକୁ ଥଟ୍ଟାରେ କହିଥିଲେ ବୋଲି ପ୍ରକାଶ କରିଛନ୍ତି।

pic courtesy-times of india

ଉଲ୍ଲେଖ ଯୋଗ୍ୟ, କିଛିଦିନ ପୂର୍ବେ ଆୟୁସମାନ ଖୁରାନାଙ୍କ ଅଭିନୀତ ‘ବଧାଇ ହୋ’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ସିନେମାରେ ନୀନା ଗୁପ୍ତା ଆୟୁସ୍ମାନଙ୍କ ମାଁ ଚରିତ୍ରରେ ଅଭିନୟ କରିଥିଲେ। ବୃଦ୍ଧାବସ୍ଥାରେ ସେ ଏକ ଗର୍ଭବତୀ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବେଶ୍ ପସନ୍ଦ ଆସିଥିଲା। ଏହି ସିନେମାକୁ ଦେଖିବାପାଇଁ ଅମିତାଭ ବଚ୍ଚନ ମଧ୍ୟ ଯାଇଥିଲେ ଯାହାକୁ ଦେଖି ସେ ନୀନାଙ୍କ ଅଭିନୟର ବେଶ୍ ପ୍ରଶଂସା କରିବା ସହ ନୀନାଙ୍କୁ ଏକ ପତ୍ର ମଧ୍ୟ ଲେଖିଥିଲେ। ‘ବଧାଇ ହୋ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଅପାର ସଫଳତା ଲାଭ କରିଥିଲା। ଫଳରେ ‘ବଧାଇ ହୋ’ ୨୦୦ କୋଟି କ୍ଲବରେ ସାମିଲ ହୋଇଥିଲା ।

Comments are closed.