ଏନ୍‌ଡିଏ ସହ ସମ୍ପର୍କ ଚ୍ଛିନ୍ନ କରିବ ଟିଡିପି, ଦେବ ଅନସ୍ଥାକୁ ସମର୍ଥନ!

0

ହାଇଦରାବାଦ : ତେଲୁଗ ଦେଶମ୍‌ ପାର୍ଟି (ଟିଡିପି) କେନ୍ଦ୍ର ସରକାରରୁ ଓହରିବା ପରେ ଏବେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କାଲି ଦଳ ପକ୍ଷରୁ ଏହି ଘୋଷଣା କରାଯିବାର ସମ୍ଭାବନା ରହିଛି।

ଏହାସହ ଏନଡିଏ ସରକାର ବିରୋଧରେ ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ସଂସଦରେ ଅଣାଯିବାକୁ ଥିବା ଅନସ୍ଥା ପ୍ରସ୍ତାବକୁ ସମର୍ଥନ ଦେବାକୁ ଟିଡିପି ନିଷ୍ପତ୍ତି ନେଇଛି । ଏନେଇ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଦଳର ପଲିଟିବ୍ୟୁରୋ ବୈଠକ ଡାକିଛନ୍ତି । ଏହି ବୈଠକରେ ଏନଡିଏ ସହ ସମ୍ପର୍କ ଚ୍ଛିନ୍ନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ବିଶେଷ ସୂଚନା ଅନୁସାରେ ଦଳର ଅନେକ ସାସଂଦ, ନେତା ଓ ବରିଷ୍ଠ ନେତା ଏନଡିଏ ସହ ସମ୍ପର୍କ ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହୁଁଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇାସାରିଛନ୍ତି । ତେଣୁ ଏନଡିଏ ମେଣ୍ଟରୁ ଟିଡିପି ଓହରିଯିବା ଏକ ପ୍ରକାର ସୁନିଶ୍ଚିତ ବୋଲି ଧରାଯାଉଛି । ଆନ୍ଧ୍ରକୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ପ୍ରତିବାଦରେ ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ସଂସଦରେ ଶୁକ୍ରବାର ଅନସ୍ଥାପ୍ରସ୍ତାବ ଅଣାଯିବ । ଏହି ଅନସ୍ଥା ପ୍ରସ୍ତାବକୁ ଟିଡିପି ସମର୍ଥନ ଜଣାଇବ ।

Leave A Reply