ଭୁବନେଶ୍ୱରରେ ପୁଣି ଏନ୍‌କାଉଣ୍ଟର , ଅପରାଧୀ ରବି ରାଓ ଆହତ

ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ ପୁଣି ଏନ୍‌କାଉଣ୍ଟର କରିଛି । ଗତ ଦୁଇ ଦିନ ମଧ୍ୟରେ ପୁଲିସ ସହ ଏନ୍‌କାଉଣ୍ଟରରେ ୪ ଜଣ ଅପରାଧୀ ଆହତ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ପୁଲିସ ସହ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଆହତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।  ଏହା ଗତ ଦୁଇ ଦିନ ମଧ୍ୟରେ ପଞ୍ଚମ ଏନ୍‌କାଉଣ୍ଟର ।

ରବି ରାଓର ଗୋଡରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ରବି ନାମରେ ଅନେକ ଲୁଟ୍‌ ଓ ଡକାୟତି ମାମଲା ରହିଛି ।

Comments are closed.