ଶିବସେନାକୁ ସମର୍ଥନ ଦେବାକୁ ଏନସିପି ପ୍ରସ୍ତୁତ, କଂଗ୍ରେସ ନିଷ୍ପତ୍ତିକୁ ଅପେକ୍ଷା

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଛକାପଞ୍ଝା ଜାରି ରହିଛି। ଏହା ମଧ୍ୟରେ ସୋମବାର କେନ୍ଦ୍ର କ୍ୟାବିନେଟରୁ ଶିବସେନା ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେବା ପରେ ଏନସିପି ଶିବସେନାକୁ ସମର୍ଥନ ଦେବ ବୋଲି କହିଛି। ତେବେ ସମର୍ଥନ ଦେବା ପୂର୍ବରୁ ଦଳ କଂଗ୍ରେସର ନିଷ୍ପତ୍ତିକୁ ଅପେକ୍ଷା କରିଛି ବୋଲି କହିଛି। ଦଳ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଯେଉଁ ନିଷ୍ପତ୍ତି ନେବ ତାହା ଆଧାରରେ ଏନସିପି ନିଜର ଆଭିମୁଖ୍ୟ ସ୍ଥିର କରିବ। ଏଥିପାଇଁ ଅପରାହ୍ନରେ ଏନସିପି ଏବଂ କଂଗ୍ରେସ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଏନସିପି ନେତା ନବାବ ମଲିକ ସୋମବାର ଏକ ପ୍ରେସ ବିବୃତିରେ କହିଛନ୍ତି, ଏନସିପି ସରକାର ଗଠନ ଲାଗି ଶିବସେନାକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି। କଂଗ୍ରେସ ଅପରାହ୍ନରେ ୨ୟ ବୈଠକ କରିବ। ସେଥିରେ ଯାହା ନିଷ୍ପତ୍ତି ହେବ ସେହି ଆଧାରରେ ଏନସିପି ନିଜର ନିଷ୍ପତ୍ତି ନେବ।

Comments are closed.