ପୋଲିସ କବଜାରେ ବଣି

ନୟାଗଡ: ପୋଲିସକୁ ତିନି-ତିନି ଥର ଚକମା ଦେଇ ଫେରାର ହୋଇଥିବା ବଣି ଶେଷରେ ଧରାପଡିଛି । ବଣି ଓରଫ ତପନ ରାଉତକୁ କାବୁ କରିବାରେ ସକ୍ଷମ ହୋଇଛି ନୟାଗଡ ପୋଲିସ । ନିଜ ଗାଁ କରବର ଜଙ୍ଗଲରେ ଲୁଚିଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ବଣିକୁ କାବୁ କରିଥିଲା। ବଣି ଜେଲରେ ଥିବା ସମୟରେ ୨ ଥର ଜେଲର ପାଚେରି ଡେଇଁ ଏବଂ ଥରେ ପୋଲିସ କୋର୍ଟକୁ ନେବା ସମୟରେ ଚକମା ଦେଇ ଖସି ପଳାଈ ଯାଇଥଲା। ଯାହା ଫଳରେ ବଣି ପାଇଁ ଯାଇଥଲା ୭ ପୋଲିସଙ୍କ ଚାକିରି। ପୋଲିସର ଇଜ୍ଜତ ଏବଂ କାର୍ୟ୍ୟଦକ୍ଷତାକୁ ବାରମ୍ୱାର ପଦାରେ ପକାଇ ସୁରକ୍ଷାକର୍ମୀଙ୍କୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଥିଲା ତପନ ।

ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ବଣି ପୂର୍ବରୁ ମଧ୍ୟ ଜେଲରୁ ଦୁଇ ଥର ଖସି ପଳାଇଥିଲା । ପୂର୍ବରୁ ଜେଲରୁ ଫେରାର ହେବା ଘଟଣାରେ ୨ ଜଣ ୱାର୍ଡର ନିଲମ୍ୱିତ ହୋଇଥିଲେ । ଏହାପରେ ଅଗଷ୍ଟ ୯ ତାରିଖରେ ପୋଲିସ କୋର୍ଟକୁ ନେଉଥିବା ବେଳେ ପୁଣି ଥରେ ପୋଲିସ ଭ୍ୟାନରୁ ଫେରାର ହୋଇଯାଇଥିଲା । ମାମଲାରେ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ତ୍ତବ୍ୟରେ ଅବହେଳା ଯୋଗୁଁ ହାବିଲଦାରଙ୍କ ସମେତ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ ।

Comments are closed.