କନ୍ଧମାଳରେ ନକ୍ସଲ୍‍ ପୋଷ୍ଟର

0

କନ୍ଧମାଳ: କନ୍ଧମାଳ ଜିଲା ବାଲିଗୁଡ଼ା ନିକଟରେ ନକ୍ସଲ୍‍ ପୋଷ୍ଟର ଦେଖିବାକୁ ମିଳିଛି। ସୁଡୁରୁକୁମ୍ପା ହତ୍ୟା ପ୍ରତିବାଦରେ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି। ତଳେ ସିପିଆଇ(ମାଓବାଦୀ) ଲେଖାଥିବା ଏହି ପୋଷ୍ଟର କେକେବିଏନ୍‍ ସଂଗଠନ ପକ୍ଷରୁ ଲଗାଯାଇଛି। ହତ୍ୟା ପ୍ରତିବାଦରେ ଆଗାମୀ କାଲି ପୋଖରୀବନ୍ଧ- ଲଣ୍ଡାଗାଁ ରାସ୍ତା ବନ୍ଦ କରାଯିବ ବୋଲି କୁହାଯାଇଥିବା ବେଳେ ଆଜିଠାରୁ ଗଛ ପକାଇ ରାସ୍ତା ବନ୍ଦ କରାଯାଇଥିବାରୁ ସେହି ରାସ୍ତା ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Leave A Reply