ନାଏବ ସରପଞ୍ଚଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଥାନା ଅଧିନସ୍ଥ ପାହାଡ଼ପଦର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ରାଜେନ୍ଦ୍ର ସାହୁ(୪୫)ଙ୍କୁ ରବିବାର ମାଓବାଦୀ ମାନେ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦିନ ୧୧ଟା ସମୟରେ ପାହାଡ଼ପଦର ସପ୍ତାହିକ ବଜାର ଭିତରେ ମାଓବାଦୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.