ମାଓବାଦୀ ସନ୍ଦେହରେ ଅଟକ ଯୁବକ ଇଟା ଶ୍ରମିକ- ଆଇଜି

0

ଖୋର୍ଦ୍ଧା : ବେଗୁନିଆ ଥାନା ଅନ୍ତର୍ଗତ ଦେଉଳୀ ଗ୍ରାମ ନିକଟସ୍ଥ ଗଜମୁଣ୍ଡିଆ ଜଙ୍ଗଲରେ ସର୍ଚ୍ଚ ଅପରେସନରେ ମାଓବାଦୀ ସନ୍ଦେହରେ ଅଟକ ଥିବା ଯୁବକ ମାଓବାଦୀ ନୁହେଁ ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ପଷ୍ଟ କରିଛନ୍ତି। ବରଂ ସେ ଜଣେ ଇଟା ଶ୍ରମିକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଯୁବକଙ୍କ ନାମ ସୁରେଶ ପହଁରିଆ ଓ ତାଙ୍କ ଘର ନୂଆପଡ଼ାର ବୋଡେନ ଅଞ୍ଚଳରେ। ମାରାଥନ ଜେରାରୁ ଜଣାପଡ଼ିଛି ସୁରେଶ ଆନ୍ଧ୍ରରେ ଏକ ଇଟାଭାଟିରେ କାମ କରୁଥିଲେ। ତେବେ କିଛି ଦେୟ ବାକି ଥିବାରୁ ଅନ୍ୟ ୨ ସାଥିଙ୍କ ସହ ସେ ଖସି ପଳାଇ ଆସିଥିଲେ। ଏହି ୩ଜଣ ଗତ କିଛିଦିନ ହେବ ଗଜମୁଣ୍ଡିଆ ଜଙ୍ଗଲରେ ଲୁଚି ରହିଥିଲେ। ତେବେ ସୁରେଶଙ୍କ ସାଥିରେ ଥିବା ଅନ୍ୟ ୨ଜଣଙ୍କୁ ଖୋଜା ଚାଲିଛି ବୋଲି ଆଇଜି ସୂଚନା ଦେଇଛନ୍ତି।

ଦୀର୍ଘ ଦୁଇମାସ ହେବ ଗୋଜମୁଣ୍ଡିଆ ପାହାଡ଼ରେ ମାଓବାଦୀମାନେ ଆଡା ଜମାଇଥିବା ଓ ସେଠାରେ ଚଳପ୍ରଚଳ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିଲା। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ସୁରେଶଙ୍କୁ ମାଓ ସହାୟକ ସନ୍ଦେହରେ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ। ସୁରେଶ ଭୟରେ ନିଜକୁ ମାଓବାଦୀ ବୋଲି ସ୍ୱୀକାର କରିଥିବା କୁହାଯାଉଛି। ଜେରା କରିବା ପରେ ଆଇଜି ଏହାକୁ ଖଣ୍ଡନ କରିଥିଲେ ଓ ସେ ମାଓବାଦୀ ନୁହେଁ ଇଟା ଶ୍ରମିକ ବୋଲି ସୂଚନା ଦେଇଥିଲେ।

Leave A Reply