ଯବାନ ଗୁଳିରେ ୨ ହାର୍ଡକୋର ନକ୍ସଲ୍‍ ମୃତ

0

ବଲାଙ୍ଗୀର: ଯବାନ-ନକ୍ସଲ୍‍ ଗୁଳି ବିନିମୟରେ ୨ ଜଣ ହାର୍ଡକୋର ନକ୍ସଲ ସଞ୍ଜିବ ଓ ରାକେଶ ନିହତ ହୋଇଛନ୍ତି। ସଞ୍ଜିବ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‍ ଡୁଡୁକାମାଲ ଗାଁରେ କିଛି ନକ୍ସଲ କ୍ୟାଡର ଲୁଚିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ କମ୍ବିଂ ଅପରେସନ୍‍ ଆରମ୍ଭ ହୋଇଥିଲା। ବଲାଙ୍ଗୀର ଜିଲା ଏସ୍‍ପି ଶିବା ସୁବ୍ରମଣ୍ୟମ୍‍ଙ୍କ ନେତୃତ୍ୱରେ ବେଲପଡ଼ା, ତୁରେକେଲା, ଖୋପ୍ରାଖୋଲ ପୁଲିସ, ସିଆରପିଏଫ୍‍ ଓ ଡିବିଏଫ୍‍ ଯବାନ ଏହି ଅପରେସନ୍‍ରେ ସାମିଲ୍‍ ଥିଲେ। ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ରାଇଫଲ୍‍ ଓ ଇନ୍‍ସାସ୍‍ ରାଇଫଲ୍‍ ଜବତ କରାଯାଇଛି। ସେଠାରେ ପ୍ରାୟ ୧୫ଜଣ ନକ୍ସଲ୍‍ ଲୁଚିଥିବା ଖବର ମିଳିଥିଲା। ତେଣୁ ଅନ୍ୟମାନେ ଖସି ଚାଲି ଯାଇଥିବା ସନ୍ଦେହ କରାଯାଉଛି।

Leave A Reply