ଜେଲ୍‍ରେ ସ୍ୱାଧୀନତା ଦିବସ ପାଳିଲେ ନୱାଜ୍‍ ସରିଫ

0

ଇସଲାମାବାଦ୍‍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‍ ରାୱଲପିଣ୍ଡି ଜେଲ୍‍ ପରିସରରେ ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ସରିଫ୍‍ଙ୍କ ଅର୍ଥରେ ୧୦ ପାଉଣ୍ଡ ବିଶିଷ୍ଟ ୩ଟି କେକ୍‍ ଅଣାଯାଇଥିଲା। କେକ୍‍ କାଟିବା ସହିତ ସରିଫ୍‍ ଲମ୍ବା ଭାଷଣ ଦେଇଥିଲେ। ଏଥିରେ ସେ ତାଙ୍କ ଜୀବନ ସଂଘର୍ଷର କାହାଣୀ ଓ ୧୯୯୮ ଆଣବିକ ପରୀକ୍ଷଣ ସମ୍ପର୍କରେ କହିଥିଲେ। ସରିଫ୍‍ଙ୍କ ଝିଅ ମାରିୟାମ୍‍ ନୱାଜ୍‍ ଓ ଜ୍ୱାଇଁ ମହମ୍ମଦ ସଫ୍‍ଦାର ସେଠାରେ ଉପସ୍ଥିତ ଥିଲେ। ନୱାଜ୍‍ଙ୍କ ଅମଳରେ ପାକିସ୍ତାନର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଉନ୍ନତି ସମ୍ପର୍କରେ ମାରିୟାମ୍‍ ଜେଲ୍‍ର ଅନ୍ତେବାସିନୀମାନଙ୍କୁ କହିଥିଲେ। ସମଗ୍ର ପାକିସ୍ତାନର ଜେଲ୍‍ ଅନ୍ତେବାସୀଙ୍କୁ ଉଚ୍ଚ ଶିକ୍ଷା ଉପରେ ସରିଫ୍‍ ଗୁରୁତ୍ୱାରୋପ କରିଥିଲେ। ପାନାମା ପେପର ଲିକ୍‍ ଘଟଣାରେ ନୱାଜ୍‍ଙ୍କୁ ୧୦ ବର୍ଷ, ମାରିୟାମ୍‍ଙ୍କୁ ୭ ବର୍ଷ ଓ ସଫ୍‍ଦାରଙ୍କୁ ୧ ବର୍ଷ ଜେଲ୍‍ ଦଣ୍ଡାଦେଶ ହୋଇଛି।

Leave A Reply