ସିଦ୍ଧୁଙ୍କ ଅପେକ୍ଷାର ଅନ୍ତ, ମିଳିଲା ପାକିସ୍ତାନ ଯିବା ପାଇଁ ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଅପେକ୍ଷାର ଅନ୍ତ ଘଟିଛି। ପାକିସ୍ତାନ ଯିବା ପାଇଁ ବ୍ୟାକୁଳ ହେଉଥିବା ସିଦ୍ଧୁଙ୍କୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମଳିଛି। କର୍ତ୍ତାରପୁର କରିଡର ଉଦଘାଟନୀ ସମାରୋହରେ ଯୋଗଦେବା ପାଇଁ ପାକିସ୍ତାନ ପକ୍ଷରୁ ସିଦ୍ଧୁଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହାପରେ ସିଦ୍ଧୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟକୁ ପାକିସ୍ତାନ ଯିବାକୁ ଅନୁମତି ମାଗିଥିଲେ । କିନ୍ତୁ ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଚିଠିର ଉତ୍ତର ଦେଇ ନଥିଲେ। ଏହାପରେ ସିଦ୍ଧୁ ପୁଣିଥରେ ଦ୍ବିତୀୟ ଚିଠି ଲେଖିଥିଲେ । ଏଥର ମଧ୍ୟ ସମାନ ପରିଣାମ ହୋଇଥିଲା ସିଦ୍ଧୁଙ୍କ କ୍ଷେତ୍ରରେ। ଏଥର ମଧ୍ୟ ତାଙ୍କ ଚିଠିର କୌଣସି ଉତ୍ତର ମିଳିନଥିଲା। ଦ୍ବିତୀୟ ଚିଠିର ଉତ୍ତର ନମିଳିବା ପରେ ସିଦ୍ଧୁ ତୃତୀୟ ଥର ପାଇଁ ଚିଠି ଲେଖିଥିଲେ କିନ୍ତୁ ଏହି ଚିଠି ବୈଦେଶିକ ମନ୍ତ୍ରଣାଳୟକୁ ନଲେଖି ସିଧାସଳଖ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲେଖିଥିଲେ। ଏହି ଚିଠିରେ ସିଦ୍ଧୁ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ “ମୋ ତରଫରୁ ଅନେକ ଥର ପାକିସ୍ତାନରେ କର୍ତ୍ତାରପୁର କରିଡରର ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ଆପଣଙ୍କ ଅନୁମତି ମଗାଯାଇଛି । କିନ୍ତୁ ଆପଣ କିମ୍ୱା ସରକାର ବର୍ତ୍ତମାନ ସୁଦ୍ଧା କୌଣସି ଜବାବ ଦେଇ ନାହାନ୍ତି । ଯଦି ସରକାର ଉତ୍ତରରେ ପାକିସ୍ତାନ ଯିବାକୁ ଅନୁମତି ନଦିଅନ୍ତି ତେବେ ମୁଁ ସାଧାରଣ ଶ୍ରଦ୍ଧାଳୁ ଭିସାରେ ପାକିସ୍ତାନ ଯିବି।

Comments are closed.