ନରାଜରେ ପ୍ରତିରକ୍ଷା ନିର୍ମାଣ ପୁଞ୍ଜ ପ୍ରତିଷ୍ଠା ପ୍ରସ୍ତାବ

0

ଭୁବନେଶ୍ୱର: କଟକ ଜିଲାର ନରାଜଠାରେ ଏକ ପ୍ରତିରକ୍ଷା ମାନୁଫାକ୍‌ଚରିଂ ପୁଞ୍ଜ ପ୍ରତିଷ୍ଠା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଗ୍ରୁପକୁ ପ୍ରସ୍ତାବ ଦେଇଛନ୍ତି ା ରାଜ୍ୟରେ ଅନ୍ୟ ପ୍ରକଳ୍ପରେ ଏବଂ ଗ୍ରୁପର ଏସ୍‌ଇଜେଡ୍‌ରେ କମ୍ପାନୀ ଅଧିକ ନିବେଶ କରୁ ​‌େବ​‌ାଲି ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି। ଏସବୁବ୍ୟତୀତ ଟାଟା ଗ୍ରୁପ ପକ୍ଷରୁ ରାଜ୍ୟରେ ଚାଲିଥିବା ଏହାର ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ବରିତ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ା ଟାଟା ଷ୍ଟିଲ ଏହାର କଳିଙ୍ଗ ନଗର ଏବଂ ଭୂଷଣ ପ୍ଲାଣ୍ଟର ସମ୍ପ୍ରସାରଣରେ ୬୦,୦୦୦ ​‌େକ​‌ାଟି ଟଙ୍କା ନିବେଶ କରିବ ​‌େ​‌ବ‌ାଲି ଟାଟା ସନ୍ସ ମୁଖ୍ୟ କହିଛନ୍ତି ା
ମଙ୍ଗଳବାର ରାଜ୍ୟ ସଚିବାଳୟଠାରେ ଟାଟା ସନ୍ସ ଲିମିଟେଡ୍‌ର ଅଧ୍ୟକ୍ଷ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କୁ ଭେଟିଛନ୍ତି ା ଟାଟା ଗ୍ରୁପ କଟକ ଜିଲା ନରାଜଠାରେ ଏକ ପ୍ରତିରକ୍ଷା ମାନୁଫାକ୍‌ଚରିଂ ପୁଞ୍ଜ ପ୍ରତିଷ୍ଠା କରୁ ା​‌ ଟାଟା ପାୱାର ଅଧୀନରେ ନରାଜଠାରେ ରହିଥିବା ୮୭୧ ହେକ୍ଟର ଜମିରେ ଏହି ପ୍ରତିରକ୍ଷା ମାନୁଫାକ୍‌ଚରିଂ ପୁଞ୍ଜ ପ୍ରତିଷ୍ଠା କରାଯାଇପାରିବ ା ଟାଟା ଆଡଭାନ୍ସ ସିଷ୍ଟମ୍ସ ଏହି ପୁଞ୍ଜର ବିକାଶ କରିବ ​‌େବ​‌ାଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରନ୍‌ଙ୍କୁ ପ୍ରସ୍ତାବ ଦେଇଛନ୍ତି ା ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଟା କଳିଙ୍ଗ ନଗର ପ୍ଲାଣ୍ଟର ସମ୍ପ୍ରସାରଣକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି ା ତରଳ ଧାତବ ଉତ୍ପାଦ ନିର୍ମାଣକୁ ଦୃଷ୍ଟିରେ ରଖି କଳିଙ୍ଗ ନଗରଠାରେ ଏକ ଇସ୍ପାତ ଡାଉନ୍‌ଷ୍ଟ୍ରିମ୍ ପୁଞ୍ଜ ପ୍ରତିଷ୍ଠା କରିବା ନେଇ ବିଚାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ା ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ଟାଟା ​‌େମ​‌ାଟର୍ସ​ ଦ୍ବାରା ଏକ ଇ-ଯାନ ପ୍ରକଳ୍ପ, ଟାଟା କେମିକାଲ୍ସ ସହଯୋଗରେ ପାରାଦୀପଠାରେ ଏକ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ, ​‌େଗ​‌ାପାଳପୁରସ୍ଥିତ ଟାଟା ଏସ୍‌ଇଜେଡ୍‌ ଏବଂ ଡିଟିଏ ଅଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ମାନୁଫାକ୍‌ଚରିଂ କ୍ଷେତ୍ରରେ ଅଧିକ ନିବେଶ କରିବା ନିମନ୍ତେ ଶ୍ରୀ ଚନ୍ଦ୍ରଶେଖରନ୍‌ଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି ା
ରାଜ୍ୟର ଯୁବବର୍ଗଙ୍କୁ ବିଶ୍ବସ୍ତରୀୟ ଦକ୍ଷତା ଯୋଗାଇବା ଲାଗି ଜଣେ ଶିଳ୍ପ ସହଯୋଗୀ ଭାବେ ଟାଟା ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରକଳ୍ପରେ ଅଂଶଗ୍ରହଣ କରିପାରିବ ାଏହାଛଡା କମ୍ପାନୀ ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଟିଆଇ ଏବଂ ପଲିଟେକନିକ୍‌ଗୁଡିକରେ କ୍ୟାମ୍ପସ୍‌ ପ୍ଲେସ୍‌​‌େ​‌ମଣ୍ଟର ଆୟୋଜନ କରୁ ା ଗଞ୍ଜାମ ଜିଲାର ଶୀତଳାପଲ୍ଲୀଠାରେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍‌ପିଟାଲର ନିର୍ମାଣ କାର୍ଯ୍ୟ ତ୍ବରିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ା ଏତଦ୍‌ବ୍ୟତୀତ ରାଜ୍ୟର କୃଷକମାନଙ୍କର ରହିଥିବା ଫସଲ ବୀମା ଜନିତ ଦାବି ବାବଦ ଅର୍ଥ ପ୍ରଦାନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଏହି ଅବସରରେ ‌ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରନ୍‌ଙ୍କୁ ଅନୁରୋଧ କରିଛନ୍ତି ା କେତେକ ନିର୍ଦ୍ଧିଷ୍ଟ ସରକାରୀ ଆଇଟିଆଇରେ ଟାଟା ​‌େମ​‌ାଟର୍ସ ଭୋଲ୍‌ଟାସ୍‌ ଏବଂ ଥାଇସେନ୍‌କ୍ରପ୍‌ ‌ସହ ମିଶି ପ୍ର​‌େୟାଗଶାଳା ପ୍ରତିଷ୍ଠା ଉପରେ ବିଚାର କରିବା ଉଚିତ ​‌େବ​‌ାଲି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ ା
ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଏବଂ ନିୟୁକ୍ତି ସୃଷ୍ଟି ଉପରେ ଗୁରୁତ୍ବ ଦେଉଥିବାକୁ ନେଇ ଶ୍ରୀ ଚନ୍ଦ୍ରଶେଖରନ୍‌ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥି​‌େ​‌ଲ ା ମୁଖ୍ୟମନ୍ତ୍ରୀ ରଖିଥିବା ସମସ୍ତ ପ୍ରସ୍ତାବ ଉପରେ ଟାଟା ସନ୍ସ ବିଚାର କରିବ ା ଏଗୁଡିକୁ କିଭଳି ବାସ୍ତବରେ ପରିଣତ କରାଯିବ ସେ ନେଇ ଚେଷ୍ଟା କରାଯିବ ​‌େବ​‌ାଲି ଶ୍ରୀ ଚନ୍ଦ୍ରଶେଖରନ୍‌ କହିଛନ୍ତି ା ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଚନ୍ଦ୍ରଶେଖରନ୍‌ କହିଲେ, ଟାଟା ଷ୍ଟିଲ ଏହାର କଳିଙ୍ଗ ନଗର ଏବଂ ଭୂଷଣ ପ୍ଲାଣ୍ଟର ସମ୍ପ୍ରସାରଣ କ୍ଷେତ୍ରରେ ୬୦,୦୦୦ ​‌େକ​‌ାଟି ଟଙ୍କା ନିବେଶ କରିବ ା କମ୍ପାନୀ ଏହାର କଳିଙ୍ଗ ନଗରସ୍ଥିତ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବର୍ତ୍ତମାନର ୬ ଏମ୍‌ଟିପିଏରୁ ୮ ଏମ୍‌ଟିପିଏକୁ ବୃଦ୍ଧି ଘଟାଇବାକୁ ଲକ୍ଷ୍ୟ ରଖିଛି ା ଏ କ୍ଷେତ୍ରରେ ୨୫,୦୦୦ ‌େକ​‌ାଟି ଟଙ୍କା ନିବେଶ କରାଯିବ ା ଏହାଛଡା କମ୍ପାନୀ ଅଧିଗ୍ରହଣ କରିଥିବା​‌​‌ ଏହାର ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ୩୫,୦୦୦ କୋଟି ଟଙ୍କା ନିବେଶ କରିବ ‌େବ​‌ାଲି ଶ୍ରୀ ଚନ୍ଦ୍ରଶେଖରନ୍‌ କହିଛନ୍ତି ା ଏଠାରେ ସୂଚନାଯୋଗ୍ୟ, ଭୂଷଣ ଷ୍ଟିଲର ଉତ୍ପାଦନ କ୍ଷମତା ୫.୬ ନିୟୁତ ଟନ୍‌ ରହିଥିବାବେଳେ ବର୍ତ୍ତମାନ ଏହା ୩.୫ ନିୟୁତ ଟନ୍‌ରେ ପରିଚାଳିତ ା ପୂର୍ଣ୍ଣ କ୍ଷମତାରେ ପରିଚାଳନା ଲାଗି କମ୍ପାନୀକୁ ଏହାର ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟାଇବାକୁ ହେବ ା ଏହି ଅବସରରେ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ , ଅର୍ଥ ବିଭାଗର ସଚିବ ,ଟାଟା ଷ୍ଟିଲ ଏମ୍‌ଡି ଟି. ଭି. ନରେନ୍ଦ୍ରନ୍‌ ଏବଂ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥି​‌େ​‌ଲ ା

Leave A Reply