ନବୀନଙ୍କୁ ନବନିର୍ମାଣ କୃଷକ ସଂଗଠନ କର୍ମୀଙ୍କ ବିରୋଧ

ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ସାରି ଫେରିବା ସମୟରେ ନବନିର୍ମାଣ କୃଷକ ସଂଗଠନର ରଶ୍ମୀରଞ୍ଜନ ସ୍ୱାଇଁ ବିରୋଧ କରିଛନ୍ତି। ପରେ ଅନ୍ୟ ସମସ୍ତ ନବନିର୍ମାଣ କୃଷକ ସଂଗଠନ କର୍ମୀ ଏହି ବିରୋଧରେ ସାମିଲ ହୋଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇଥିଲା। ଏହି ଘଟଣାରେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୩ଜଣଙ୍କୁ ଥାନାରେ ଅଟକ ରଖିଛି।

Comments are closed.