ପଞ୍ଚମ ପାଳି ପାଇଁ ନବୀନ ପ୍ରସ୍ତୁତ

ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ରବିବାର ଅପରାହ୍ନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଯେଉଁଥିରେ ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ଦଳର ନେତା ଚୟନ ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ନୂଆ ସରକାର ଆସନ୍ତା ୨୯ରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି।

ନବୀନ ପଟ୍ଟନାୟକ ଲଗାତାର ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। ଚଳିତ ଲୋକସଭା ସହ ରାଜ୍ୟ ବିଧାନସଭା ପାଇଁ ୪ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ନବୀନଙ୍କ ନେତୃତ୍ୱରେ ବିଜେଡି ୧୪୬ଟି ଆସନ ମଧ୍ୟରୁ ୧୧୨ଟି ଆସନ ଦଖଲ କରି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୨୦୧୪ ଜୁନ ୧୨ରେ ଗଠନ ହୋଇଥିବା ପଞ୍ଚଦଶ ଓଡିଶା ବିଧାନସଭାର କାର୍ଯ୍ୟକାଳ ୨୦୧୯ ଜୁନ ୧୧ରେ ଶେଷ ହେଉଛି।

Comments are closed.